ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ଶ୍ରୀଜିଉଙ୍କ ପଦ୍ମବେଶ । ମହାପ୍ରଭୁଙ୍କ ଆଜି ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ବର୍ଷକୁ ଥରେ ମାତ୍ର ଏହି ବେଶରେ ବିଭୂଷିତ ହୋଇଥାନ୍ତି କାଳିଆ ଠାକୁର । ଶ୍ରୀମନ୍ଦିରର ପାରମ୍ପରିକ ସେବାୟତ ନିଷ୍ଠାର ସହ ଏହି ବେଶ ତିଆରି କରିଥାନ୍ତି । ଆଜି ରାତି ସମୟରେ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ଦୁର୍ଲଭ ପଦ୍ମବେଶରେ ବିଭୂଷିତ କରାଯିବ । ପ୍ରତିବର୍ଷ ମାଘ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ଭିତରେ ପଡ଼ୁଥିବା ବୁଧବାର କି ଶନିବାର ଦିନ ମହାପ୍ରଭୁ ପଦ୍ମ ବେଶରେ ଦର୍ଶନ ଦେଇଥାନ୍ତି।

ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ସଜ୍ଜିତ ହେବେ । ଆସନ୍ତାକାଲି ମଙ୍ଗଳଆଳତୀ ବଢିବା ପୂର୍ବରୁ ଏହି ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ । ସୋଲ, ଜରି, ଜମ୍ବୁରା, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ବେଶ ତିଆରି କରାଯାଇଛି । ଦରଜି ଓ ଚିତ୍ରକର ସେବକ ନିୟୋଜିତ ହୋଇ ଏ ବେଶ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।

ସେ ଜଗତର ନାଥ ଜଗନ୍ନାଥ। ତାର ଚକା ଆଖିରେ ସେ ସବୁ ଦେଖୁଥାଏ ଆଉ ଜଗତକୁ ରକ୍ଷା କରିଥାଏ। ସେ ଭାବର ଠାକୁର ,ଭକ୍ତର ଭକ୍ତିରେ ସେ ବିମୋହିତ । ଯିଏ ଯେପରି ଡାକେ ସେ ସେହିପରି ଶୁଣିଥାନ୍ତି । ଦାସିଆ ବାଉରୀ ଠାରୁ ନଡ଼ିଆ ଓ ବିଦୁରର ଶାଗଭଜା ଖାଇ ସେ ଭକ୍ତିର ଶକ୍ତି ଅଛି ବୋଲି ମହାପ୍ରଭୁ ପ୍ରମାଣିତ କରିଛନ୍ତି । ମହାପ୍ରଭୁଙ୍କ ଏହି ବେଶ ମଧ୍ୟ ଏକ ଭକ୍ତର ଭକ୍ତିର ପ୍ରମାଣ । ମନୋହର ଦାସଙ୍କ ଭକ୍ତି ପାଇଁ ପ୍ରତିବର୍ଷ ମାଘମାସରେ ଏହି ବେଶରେ ଭିଭୂଷିତ ହୋଇଥାନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ଏହି ବେଶକୁ ଦର୍ଶନ କଲେ ଅଶେଷ କୃପା ଲାଭ ହୋଇଥାଏ।

Leave a Reply

Your email address will not be published. Required fields are marked *

Back to top button