ମଦୁଆ ବାପର ଉନ୍ମକ୍ତ କାଣ୍ଡ, 5 ମାସର ଛୁଆକୁ କଚାଡ଼ି ମାରି ଦେଲା

ମଦୁଆ ବାପର ନୃସଂଶ କାଣ୍ଡ । ମଦ ପିଇ ନିଶାସକ୍ତ ଅବସ୍ଥାରେ ନିଜ ପାଞ୍ଚ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେଲା । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଚେରଙ୍ଗାଝାଂଜ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ବାପା ହେମନ୍ତ ନିଶାସକ୍ତ ଅବସ୍ଥାରେ ଆସି ଗତକାଲି ରାତିରେ ସ୍ତ୍ରୀ ସହ ଝଗଡ଼ା କରିଥିଲେ । ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାକୁ ୫ ମାସର ଶିଶୁକୁ ଟାଣି ନେଇ କଚାଡି ଦେଇଥିଲା ।

ସ୍ତ୍ରୀର ପାଟି ଶୁଣି ସ୍ଥାନୀୟ ଲୋକେ ଆସି ଶିଶୁପୁତ୍ରକୁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଲୋକେ ବାପା ହେମନ୍ତକୁ ଅଟକ ରଖି ପୋଲିସର ଜିମା ଦେଇଥିଲେ । ସୂଚନା ଅନୁଯାୟୀ, ରାତିରେ ସ୍ବାମୀ ସ୍ତ୍ରୀଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ। ହେଲେ ସ୍ତ୍ରୀ ମନା କରିବାରୁ ମଦ୍ୟପ ପିତା ଏଭଳି କାଣ୍ଡ ଭିଆଇଥିବା କୁହାଯାଉଚି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Back to top button