ଏମ୍‌କେସିଜିରେ ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ପୁଣି ସାମ୍ନାକୁ ଆସିଲା ସିନିୟରମାନଙ୍କର ରାଗି°ର ଘଟଣା । ଜୁନିୟରମାନଙ୍କ ଉପରେ ଆକ୍ରମଣ କଲେ ସିନିୟର । ସୂଚନା ଅନୁସାରେ, ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଘଟଣାରେ ଏମବିବିଏସରେ ପାଠପଢୁଥିବା ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ସିନିୟରମାନେ ରାଗି° କରିବା ସହ ମାଡ଼ ମଧ୍ୟ ମାରିଛନ୍ତି । ଯାହାଫଳରେ ଜୁନିୟର ଛାତ୍ରମାନେ ଆହତ ହୋଇଥିଲେ ।

ଏହି ଘଟଣାକୁ ପୀଡିତଙ୍କ ପରିବାର ଲୋକ ଶୁଣିସାରିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିବ ବୋଲି ସୂଚନା ମିଳିଛି । ରାଗି° ସମସ୍ତ କଲେଜରେ ବନ୍ଦ କରାଯାଇଥିଲେ ମଧ୍ୟ ମେଡ଼ିକାଲ କଲେଜରେ କ’ଣ ପାଇଁ ଏହି ଘଟଣା ସବୁ ଘଟୁଛି ବୋଲି ପ୍ରଶ୍ନ ସୃଷ୍ଟି ହେଉଛି । ଅଭିଯୋଗ ପରେ ସିନିୟର ଓ ଜୁନିୟର ଛାତ୍ରମାନଙ୍କୁ ଡକାଯାଇ ସମସ୍ତ ଘଟଣା ବୁଝାଯିବ ବୋଲି ମଧ୍ୟ ସୂଚନା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରାୟ ଦୁଇ, ତିନି ଜଣକୁ ଲୋକଲୋଚନକୁ ଅଣାଯାଇଛି । ଘଟଣାର ତଦନ୍ତ ଆରମ୍ଭ ପରେ ଘଟଣାର ସମସ୍ତ ତଥ୍ୟ ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *

Back to top button