ଚୌଦ୍ୱାରଠାରେ ‘ଟେକ୍ସଟାଇଲ ପାର୍କ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ; କହିଲେ ମିଳିବ ୧୦ ହଜାର ନିଯୁକ୍ତି

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୌଦ୍ୱାର ଗସ୍ତରେ ଯାଇ ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚୌଦ୍ୱାରରେ ଆଜି ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଲା । ଏହି ଟେକ୍ସଟାଇଲ ଶିଳ୍ପରେ ମା’ ମାନଙ୍କ ପାଇଁ ସୁଯୋଗ ରହିବ । ଓଟିଏମର ୪୭୮ ଏକର ଜମିରେ ଆନୁମାନିକ ୩ହଜାର ୫୦ କୋଟି ଟଙ୍କା ବ୍ୟୟରେ ଏକ ନୂଆ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି ।

ଏହାଦ୍ୱାରା ୧୦ହଜାର ନିଯୁକ୍ତି ସୃଷ୍ଟି ନେଇ ଲକ୍ଷ୍ୟ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାର ଓଟିଏମର ମୋଟ ୫୨୨ ଏକର ଜମିକୁ ନିଜ ଅଧିନକୁ ନେଇ ସେଥିରୁ ଟେକ୍ସଟାଇଲ ପାର୍କ ପାଇଁ ୱେଲସ୍ପନ୍ କମ୍ପାନୀକୁ ପ୍ରଥମ ପର୍ୟ୍ୟାୟରେ ୨୩୦ ଏକର ଜମି ଯୋଗାଇ ଦେଇଛନ୍ତି । ପର୍ଯ୍ୟାୟକ୍ରମେ କମ୍ପାନୀକୁ ବାକି ଜମି ଦିଆଯିବ ବୋଲି କୁହାଯାଇଛି । ଓଟିଏମ ମିଲ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ଥିଲା । କାଳକ୍ରମେ ଏହା ବନ୍ଦ ହୋଇଯିବାରୁ ଜୀବିକା ହରାଇଥିଲେ ହଜାର ହଜାର ଶ୍ରମିକ । ଦୀର୍ଘ ଦିନର ଦାବି ପରେ ଏଠାରେ ନୂଆ ଟେକ୍ସଟାଇଲ ପାର୍କ ନିର୍ମାଣ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *

Back to top button