ଘର ଭିତରୁ ମାଆ ଓ 7ବର୍ଷ ପୁଅର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ମା’ ଓ ପୁଅର ସନ୍ଦେହଜନକ ମୃତ୍ୟୁ । ଏକ ବନ୍ଦ ଘରୁ ମିଳିଛି ମା’ ଓ 7ବର୍ଷର ପୁଅର ମୃତଦେହ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣଙ୍କ ହେଲେ ଡି. ନିଳାବେଣୀ ଓ ତାଙ୍କ ପୁଅ ଡି. ରିତିକ । ମା’ ପୁଅଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ସ୍ପଷ୍ଟ ହୋଇନାହିଁ ।

ଆଜି ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ନିଳାବେଣୀ ଘରର କବାଟ ଖୋଲି ନଥିଲେ । ଏନେଇ ପାଖ ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା । ଘଟଣା ସଂପର୍କରେ ପୁଲିସ ଖବରକୁ ଦେଇଥିଲେ । ପୁଲିସ ପହଞ୍ଚି କବାଟ ତାଡ଼ି ମା’ପୁଅଙ୍କ ମୃତଦେହ ଉଦ୍ଧାର କରିଥିଲା । ମା’ପୁଅଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ି ନାହିଁ । ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ନିଳାବେଣୀଙ୍କ ସ୍ୱାମୀ ରାଜ୍ୟ ବାହାରେ ଚାକିରି କରୁଛନ୍ତି । ନିଳାବେଣୀ ମା’ ଓ ତାଙ୍କ ପୁଅ ଘରେ ରହୁଥିଲେ ।

Leave a Reply

Your email address will not be published. Required fields are marked *

Back to top button